୬ ବାଇକ୍ ଲୁଟେରା ଗିରଫ

0

ବ୍ରହ୍ମପୁର: ଗୋଶାଣି ନୂଆଗାଁ ପୁଲିସକୁ ବଡ଼ ସଫଳତା ମିଳିଛି। ଏକ ବଡ଼ ଧରଣର ବାଇକ ଚୋରି ରାକେଟକୁ ପୁଲିସ ପର୍ଦ୍ଦାଫାଶ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରାଜେନ୍ଦ୍ର ପାଣିଗ୍ରାହୀ, ସୀମାଞ୍ଚଳ ମହାନ୍ତି, କବି କୁମାର, ଜିତେନ୍ଦ୍ର କୁମାର ଡ଼ଗଲ, ମଙ୍ଗୁଳୁ ବେହେରା ଓ ରୂପୀ ନାୟକ। ସେମାନଙ୍କ ନିକଟରୁ ୧୫ଟି ପୁରୁଣା ଚୋରି ଗାଡ଼ି ପୁଲିସ ଜବତ କରିଛି। ତେବେ ବାଇକଗୁଡ଼ିକ ମଧ୍ୟରୁ କିଛି ବାଇକ ଗଞ୍ଜାମ ଜିଲାର ହୋଇଥିବା ବେଳେ କିଛି ବାଇକ ବାହାର ଜିଲାର ବୋଲି ରବିବାର ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଶାନ୍ତନୁ ଦାଶ ସୂଚନା ଦେଇଛନ୍ତି।

Comments
Loading...