ରାଜଧାନୀରେ ଲୁଟେରାଙ୍କ ଆତଙ୍କ : ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଲୁଟେରାଙ୍କ ଆତଙ୍କ ଦେଖାଦେଇଛି । କରୋନା ଗାଇଡଲାଇନକୁ କଡାକଡି ପାଳନ କରିବା ଉପର ପୁଲିସ ଧ୍ୟାନ ଦେଉଥିବା ବେଳେ ଲୁଟେରାମାନେ ଖୁଲମଖୁଲା ଲୁଟ୍‌ କରିଚାଲିଛନ୍ତି । ବର୍ତ୍ତମାନ ଲୁଟେରାଙ୍କ ଠାରୁ ପୁଲିସ ମଧ୍ୟ ବର୍ତ୍ତି ପାରୁନାହିଁ । ଗତ କିଛି ଦିନ ତଳେ ଭୁବନେଶ୍ଵରର ଜଣେ ଭିଜିଲାନ୍ସ ଡିଏସପିିଙ୍କ ବେକରୁ ଚେନ୍ ଛଡାଇ ନେବା ପରେ ଆଜି ୟୁନିଟ-୩ର ଜଣେ ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ ।

ସୂଚନାଅନୁସାରେ ୟୁନିଟ-୩ ଅଞ୍ଚଳରେ ରହୁଥିବା ଜଣେ ସାମ୍ବାଦିକଙ୍କ ମେନ୍‌ ଗେଟ୍ ଓ ଘରର ତାଲା ଭାଙ୍ଗି ଲୁଟେରାମାନେ ଲୁଟ କରିଛନ୍ତି । ଚୋରୀ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ ଚଳାଇଛି ।

ସୂଚନାଯୋଗ୍ୟ ଗତକିଛି ଦିନ ତଳେ ରାଜଧାନୀରେ ଜଣେ ଭିଜିଲାନ୍ସ ଡିଏସପିିଙ୍କ ବେକରୁ ତାଙ୍କ କ୍ବାଟର ଆଗରୁ ଚେନ୍‌ ଛଡାଇ ନେଇଥିଲେ ଦୁର୍ବୃତ୍ତ । ତେବେ ଭୁବନେଶ୍ଵରରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୃଭାବ ବଢିବାରେ ଲାଗିଛି । ଯାହା ପୁଲିସପାଇଁ ଚିନ୍ତା ବଢାଇ ଦେଇଛି।

Comments are closed.