ରାଜଧାନୀରେ ପୁଣି ଲୁଟ୍; ଏଟିଏମରୁ ୨୮ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରସ୍ଥିତ ପଟିଆ ଷ୍ଟେସନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ  ୨୮ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ବିଲମ୍ୱିତ ରାତିରେ ଉକ୍ତ ଏଟିଏମରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଏ ନେଇ ଇନଫୋସିଟି ଥାନାରେ ଏକ ମାମଲା ରୁଜୁ ହୋଇଛି।  ଘଟଣା ସ୍ଥଳରୁ ଏକ ଗ୍ୟାସ କଟର ପଡିଥିବାରୁ ଦୁର୍ବୃତ୍ତମାନେ ଗ୍ୟାସ କଟର ସହାୟତାରେ ଏଟିଏମ ସଟର କାଟି ଟଙ୍କା ଲୁଟ୍ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖବରପାଇ ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଦତନ୍ତ ଆରମ୍ଭ କରିଛନ୍ତି।

Comments are closed.