୨ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ନୀଳଗିରି: ସହରାଞ୍ଚଳରେ ସଟଡ଼ାଉନ। ରାତିରେ ପୁଲିସ ପାଟ୍ରୋଲିଂ।  ତଥାପି ଏହାମଧ୍ୟରେ ଚୋରଙ୍କ ଉତ୍ପାତ ଦେଖାଦେଇଛି। ୨ଟି ମନ୍ଦିରରୁ ପ୍ରାୟ ଲକ୍ଷାଧିକ ଟଙ୍କାର ଅଳଙ୍କାର ଦୁର୍ବୃତ୍ତ ଲୁଟ କରିଛନ୍ତି। ବାଲେଶ୍ବର ଜିଲ୍ଲା ଅଧୀନ ନୀଳଗିରି ସହରରେ ଥିବା ୨ଟି ମନ୍ଦିରରୁ ରୂପା ମୁକୁଟ ସହ ଅନ୍ୟ ଗହଣା ସବୁ ଲୁଟି ନେଇଛନ୍ତି। ନୀଳଗିରି ବସଷ୍ଟାଣ୍ଡ ପାଖ ଶନି ମନ୍ଦିର ଓ ଘାଟଘରସାହିର ବୁଢ଼ି ବାସୁଳି ମନ୍ଦିରରେ ବିଳମ୍ବିତ ରାତିରେ ଏହି ଚୋର ଦଳ ପଶି ଗହଣା ସବୁ ଲୁଟି ନେଇଛନ୍ତି। ସକାଳେ ଖବର ପାଇ ନୀଳଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଚୋରଙ୍କ ସମ୍ପର୍କରେ କୌଣସି ପତା ମିଳି ପାରିନି। ସହର ଭିତରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.