ଘରେ ପଶି ଦୁର୍ବୃତ୍ତଙ୍କ ସୁନା ଗହଣା ଲୁଟ ଅଭିଯୋଗ

କଟକ: ମାତିଛନ୍ତି ଲୁଟେରା ଓ ଡ଼କାୟତ ଦଳ। ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘରେ ପଶି ଲୁଟ, ରାସ୍ତାରୁ ଛିନତାଇ, ଭଳି ଘଟଣା ଘଟୁଥିବା ସାମ୍ନାକୁ ଆସୁଛି। କଟକ ଜିଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖମାର ନୂଆଗାଁରେ ବିଳମ୍ବିତ ରାତିରେ ଜଣଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୬ ଜଣିଆ ଡ଼କାୟତି ଦଳ ଘରେ ପଶି ଲୋକଙ୍କ ବେକରେ ଛୁରୀ ଲଗାଇ ସୁନା ଗହଣା ଲୁଟ ଟଙ୍କା ଆଦି ଲୁଟ କରିଛନ୍ତି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କିଛି ଦିନ ପୂର୍ବରୁ ନିକଟ ଦ୍ୱାରବତୀପୁର ଗାଁରେ ମଧ୍ୟ ଲୁଟ ହୋଇଥିଲା ବୋଲି ସୂଚନା ମିଳିଛି।

Comments are closed.