ଗ୍ରାମ୍ୟ ବ୍ୟାଙ୍କ ଶାଖାର ମୁଖ୍ୟ ଫାଟକରୁ ଟଙ୍କା ଲୁଟ ଉଦ୍ୟମ ବିଫଳ ; ଲୁଟେରା ଗିରଫ

ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ ଏକ ଗ୍ରାମ୍ୟ ବ୍ୟାଙ୍କ ଶାଖାର ମୁଖ୍ୟ ଫାଟକରୁ ଶୁକ୍ରବାର ସାଢେ ୪ ଲକ୍ଷ ଟଙ୍କା ଲୁଟ ଉଦ୍ୟମ ହୋଇଛି। ଲୁଟେରାଙ୍କୁ ସ୍ଥାନୀୟଲୋକେ ଓ ଦୋକାନୀ କାବୁ କରି ପୁଲିସ ଜିମା ଦେଇଛନ୍ତି। ସୂଚନା ଯୋଗ୍ୟ, ବାସୁଦେବପୁର ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ସାନ କୃଷ୍ଣପୁର ଅଞ୍ଚଳର ଗୌର ହରି ଜେନା ନାମକ ଜଣେ ବ୍ୟକ୍ତି ଟଙ୍କା ଉଠାଇ ଆସୁଥିଲେ। ମାତ୍ର ସେହି ସମୟରେ ଲୁଟେରାମାନେ ଗୌର ହରିଙ୍କ ହାତରେ ଟଙ୍କା ଥିବା ବ୍ୟାଗଟିକୁ ଲୁଟ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସ୍ଥାନୀୟଲୋକେ ଲୁଟେରାକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାଙ୍କୁ ଗିରଫ କରି ଥାନାକୁ ନେଇଛି। ଗୌର ହରି ମଧ୍ୟ ତାଙ୍କ ଟଙ୍କା ଫେରି ପାଇଥିବା ଜଣାପଡ଼ିଛି।

Comments are closed.