ଲୁଟେରାଙ୍କ ଲୁଟ ଉଦ୍ୟମ ବିଫଳ ; ଜଣେ ଆହତ 

ରାଉରକେଲା : ରାଉରକେଲା ତାରିଣୀ ମନ୍ଦିର ନିକଟରୁ ସୋମବାର ୨୦ ଲକ୍ଷ ଟଙ୍କା ଲୁଟ ଉଦ୍ୟମ ବିଫଳ ହୋଇଛି।  ୨ଜଣ ଲୁଟେରା ଏକ ବାଇକ ରେ ଆସି ଏକ୍ସିସ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଆସିଥିବା ଜଣେ ଫ୍ଲିପକାଟ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇବା ସହ ଛୁରୀରେ ଆକ୍ରମଣ କରିଥିଲେ। ସମ୍ପୃକ୍ତ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଆକ୍ରମଣ ସମୟରେ ଲୋକେ ପାଟିତୁଣ୍ଡ କରି ମାଡ଼ି ଆସିବାରୁ ଲୁଟେରାଙ୍କ ଉଦ୍ୟମ ବିଫଳ ହୋଇଥିଲା । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.