ବ୍ୟାଙ୍କରୁ ଲୁଟ ଉଦ୍ୟମ ; ଘଟଣାସ୍ଥଳରୁ ଗ୍ୟାସ କଟର ଓ ସିଲିଣ୍ଡର ଜବତ

ସମ୍ବଲପୁର : ରାଜ୍ୟର ବିଭିନ୍ନ ଜିଲାରେ ଏବେ ବ୍ୟାଙ୍କରୁ , ଏଟିଏମରୁ ଲୁଟ , ରାସ୍ତାରୁ ଛିନତାଇ ଭଳି ଘଟଣା ସାମ୍ନାକୁ ଆସୁଛି। ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳିଗଡସ୍ଥିତ ୟୁନିଅନ ବ୍ୟାଙ୍କରୁ ଡକାୟତି ଉଦ୍ୟମ ହୋଇଥିବା ଶନିବାର ଜଣାପଡ଼ିଛି। ଲୁଟେରାମାନେ ଉକ୍ତ ସ୍ଥାନରେ ଗ୍ୟାସ କଟର ଓ ସିଲିଣ୍ଡର ଛାଡ଼ି ଫେରାର ହୋଇଯାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ବ୍ୟାଙ୍କରୁ ଚୋରି ହୋଇଛି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ଥିବା ବେଳେ ଚୋରି ହୋଇ ନାହିଁ ବୋଲି ସନ୍ଦେହ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

Comments are closed.