ସୁନା ଦୋକାନରୁ ଦୁର୍ବୃତ୍ତଙ୍କ ନଗଦ ଟଙ୍କା ଓ ଅଳାଙ୍କାର ଲୁଟ ଅଭିଯୋଗ

ଵ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାରରେ ଥିବା ସୁନା ଦୋକାନରୁ ଗତକାଲି ରାତିରେ ନଗଦ ଟଙ୍କା ଓ ୪୦ ଭାରି ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଳଙ୍କାର ଦୋକାନର ନାମ ହେଉଛି କେଶବ ଜୁଏଲର୍ସ । ଚୋରି ଘଟଣା ନେଇ ଦୋକାନ ମାଲିକ ପି. ସତ୍ୟନାରାୟଣ ସେନାପତି ଥାନାରେ ଅଭିଯୋଗ କରିଛନ୍ତି । ଵ୍ରହ୍ମପୁର ଏସପି ପିନାକ ମିଶ୍ର ଓ ବଡବଜ଼ାର ଥାନାଧିକାରୀ ପ୍ରଶାନ୍ତ ଭୂପତି, ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଚୋର ଦଳ ଦୋକାନ କ୍ୟାସ କାଉଣ୍ଟରରେ ଥିବା ପ୍ରାୟ ୪୦ ଭରି ଗହଣା ଓ ୧ଲକ୍ଷ ୪୦ ହଜାର ଟଙ୍କା ଚୋରି କରିନେଇଥିବା ନେଇ ମାଲିକ ଅଭିଯୋଗ କରିଛନ୍ତି । ସିସି ଟିଭି ଫୁଟେଜ ସଂଗ୍ରହ କରି ପୁଲିସ ଚୋରଦଳକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

Comments are closed.