ଟାଙ୍ଗିଆ ଓ ଭୁଜାଳିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ

ବାଲେଶ୍ଵର : ଟାଙ୍ଗିଆ ଓ ଭୁଜାଳିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଦୁର୍ବୃତ୍ତମାନେ ଲୁଟ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ସିମୁଳିଆ ଥାନା ପାଇକାଳପୁର ଗ୍ରାମର ସୁଦାମ ଚରଣ ସାହୁ ଦୀର୍ଘଦିନ ଧରି ସାରଡାଙ୍ଗ ବଜାରରେ ଶମ୍ଭୁନାଥ ନାଁ ରେ ଏକ ଅଳଙ୍କାର ଦୋକାନ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଅଲିପୁର ପାଇକାଳ ପୁର ରାସ୍ତାରେ ୪ରୁ ଅଧିକ ଦୁର୍ବୃତ୍ତ ସୁଦାମଙ୍କର ଗାଡିକୁ ଅଟକାଇ ଟାଙ୍ଗିଆ ଓ ଭୁଜାଲିରେ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅଵସ୍ଥାରେ ସୁଦାମ ଚିତ୍କାର କରୁଥିବା ବେଳେ ଦୁର୍ବୃତ୍ତମାନେ ଡ଼ିକି ଭାଙ୍ଗି ୨ଲକ୍ଷ ଟଙ୍କାର ରୁ ଅଧିକ ଗହଣା ଲୁଟି ଫେରାର ହୋଇଯାଇଥିଲେ ।ସିମୁଳିଆ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।  ଅନ୍ୟପଟେ ଆକ୍ରମଣରେ ସୁଦାମ ଗୁରୁତର ଅବସ୍ଥାରେ ସିମୁଳିଆରୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Comments are closed.