ଟଙ୍କା ଲୁଟ ବିଫଳ ; ଦୁର୍ବୃତ ଜାଳିଲେ ଏଟିଏମ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ଅନ୍ତର୍ଗତ କଲେଜ ରୋଡ଼ରେ ଦୁର୍ବୃତମାନେ ଏଟିଏମକୁ ଜାଳି ଦେଇଥିବା ମଙ୍ଗଳବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ କଲେଜ ରୋଡ଼ରେ ଥିବା ଏସବିଆଇ ଏଟିଏମରୁ ଟଙ୍କା ଲୁଟ କରିବା ସମୟରେ ବିଫଳ ହେବାରୁ ଦୁର୍ବୃତମାନେ ଏଟିଏମ ଜାଳିଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ସେଠାରୁ ଏକ ଗ୍ୟାସ କଟର ଜବତ କରିଛି।

Comments
Loading...