MEllora 950×100

ଲୁଟ ଅଭିଯୋଗରେ ୩ ଗିରଫ

ଚୌଦ୍ୱାର : ଜଣେ ଟ୍ରକ୍ ଡ୍ରାଇଭରକୁ ମାଡ଼ମାରି ଟଙ୍କା ଲୁଟ ଅଭିଯୋଗରେ ଚୌଦ୍ୱାର ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ପାଇକରାପୁର ଗ୍ରାମର ରାକେଶ କୁମାର ସ୍ୱାଇଁ, ରାଜେଶ କୁମାର ସ୍ୱାଇଁ ଓ ପ୍ରକାଶ ସ୍ୱାଇଁ । ପୁଲିସ ସୂଚନା ଅନୁଯାୟୀ ଡ୍ରାଇଭର ଖୁଣ୍ଟୁଣୀ ଅଞ୍ଚଳର କୃଷ୍ଣଚନ୍ଦ୍ର ସାହୁ ଖୁଣ୍ଟୁଣୀରୁ ମାଲ ଲୋଡ଼ କରି ଧବଳେଶ୍ୱର ରାସ୍ତାରେ କଟକ ଯିବା ବାଟରେ ପାଇକରାପୁର ନିକଟରେ ରାସ୍ତା ପାଖରେ ଟ୍ରକ୍ ଛିଡ଼ା କରି ବିଶ୍ର।ମ ନେଉଥିବାବେଳେ ଅଭିଯୁକ୍ତ ୩ଜଣ ହଠାତ୍ ଆସି କୃଷ୍ଣଚନ୍ଦ୍ରଙ୍କୁ ମାଡ଼ ମାରିବା ସହିତ ତାଙ୍କ ପାଖରେ ଥିବା ନଗଦ ୨ହଜାର ଟଙ୍କା ଲୁଟିନେଇ ଫେରାର ହୋଇ ଯାଇଥିଲେ । ଏନେଇ କୃଷ୍ଣଚନ୍ଦ୍ର ସୋମବାର ଦିନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଏସ୍ଆଇ ନିରଞ୍ଜନ ଭୋଇ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ ।

Comments are closed.