ଘରୁ ନୁହେଁ ରାସ୍ତାରୁ ନୁହେଁ ବିିବାହ ମଣ୍ଡପରୁ ଲୁଟ୍‍

ଭୁବନେଶ୍ୱର : ରାଜଧାନୀରେ ପୁଣି ଲୁଟର ଏକ ଅଭିନବ ଉପାୟ ଆଜି ଦେଖାଯାଇଛି। ଘରୁ ନୁହେଁ ରାସ୍ତାରୁ ନୁହେଁ ସିଧାସଳଖ ବିିବାହ ମଣ୍ଡପରୁ ଚୋରି। ରାଜଧାନୀ ସ୍ଥିତ କେସୁରା ଅଞ୍ଚଳର ଏକ ବିବାହ ମଣ୍ଡପରୁ ପ୍ରାୟ ୨ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଘର ଲୋକ ଭଳି ଆସି ଗହଣା ଭର୍ତ୍ତି ବ୍ୟାଗ ନେଇ ୨ ଲୁଟେରା ଚମ୍ପଟ ମାରିଛନ୍ତି। ଗହଣା ଖୋଜାଖୋଜି କରିବା ପରେ ସିସିଟିଭ ଫୁଟେଜରୁ ଲୁଟ ହୋଇଥିବା ନେଇ ଜଣାପଡିଛି। ଉକ୍ତ ଲୁଟରେ ଜଣେ ନାବାଳକ ଓ ଜଣେ ଯୁବକ ସମ୍ପୃକ୍ତ ଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Comments are closed.