ରାମଚନ୍ଦ୍ରପୁର କେଜିବିଭି କାର୍ୟ୍ୟାଳୟରେ ଚୋରୀ

ଚିକିଟି : ଚିକିଟି ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ କେଜିବିଭି କାର୍ୟ୍ୟାଳୟରେ ଗୁରୁବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀ ପ୍ରମିତା ପାତ୍ର ପୁଲିସ ନିକଟରେ ରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ସ୍କୁଲ କାର୍ୟ୍ୟାଳୟ ତାଲା ଭାଙ୍ଗି ସିସିଟିଭିର ଏଲଇଡ଼ି , ଇନଭେଟର ଓ ବେଟେରୀ ଚୋରୀ ହୋଇଛି। ଏତଦ ବ୍ୟତୀତ ସିଆରସିସି କାର୍ୟ୍ୟାଳୟ , ଅଙ୍ଗନାବାଡ଼ି କେନ୍ଦ୍ର ଓ ସଂଗରୋଧ କେନ୍ଦ୍ର ର ମଧ୍ୟ ତାଲା ଭାଙ୍ଗିଛି । ତେବେ କେବଳ କାର୍ୟ୍ୟାଳୟର ତିନିଟି ସାମଗ୍ରୀ ନେଇଥିବା ଏତାଲାରେ ଦର୍ଶାଯାଇଛି । ଖବର ପାଇବ ଚିକିଟି ଫାଣ୍ଡି ଅଧିକାରୀ ବିଜୟ ପ୍ରଧାନ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ କରିଥିବା ଜଣାପଡ଼ିଛି ।

Comments are closed.