ରାଜଧାନୀରେ ଛିନତାଇ ବେଳେ ଲୁଟେରାକୁ କାବୁ କଲେ ସ୍ଥାନୀୟଲୋକେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ତଳେ ଛିନତାଇ,ଲୁଟ ଭଳି ଘଟଣା ନିୟମିତ ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ଏକ ଛିତନାଇ ଘଟଣା ଘଟିଥିବା ଜଣାପଡିଛି। ମହିଳାଙ୍କ ବେକରୁ ଚେନ ଲୁଟ କରି ଖସି ପଳାଇବା ସମୟରେ ଲୁଟେରାକୁ ସ୍ଥାନୀୟଲୋକେ କାବୁ କରିଛନ୍ତି। ଘଟଣାଟି ନାଲକୋ ଟ୍ରାଫିକ ଛକରେ।
ସୂଚନା ଯୋଗ୍ୟ, ନାଲକୋ ଛକରେ ସ୍ଥିତ ଏକ ଔଷଧ ଦୋକାନରୁ ଜଣେ ମହିଳା ଔଷଧ କିଣିବା ସମୟରେ ଜଣେ ଯୁବକ ତାଙ୍କ ବେକରୁ ଚେନ ଟାଣି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଉକ୍ତ ସମୟରେ ସ୍ଥାନୀୟଲୋକେ ଲୁଟେରାକୁ କାବୁ କରିବା ସହ ଗଛରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.