ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ଅଭିଯୋଗ

ପାରାଦୀପ : ପାରାଦୀପ ଲକ୍‍ ଥାନା ଅନ୍ତର୍ଗତ ଝିମାଳ ଗାଁରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ କରିଥିବା ନେଇ ଗୁରୁବାର ଖବର ମିଳିଛି। ଝିମାଳ ଗାଁରେ ବାସକରୁଥିବା ମାଆପୁଅଙ୍କ ଠାରୁ ଏହି ଲୁଟ ହୋଇଛି। ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ୧୦ ରୁ ୧୨ ଜଣ ଦୁର୍ବୃତ୍ତ ଘରେ ପଶି ମାଆପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ନିଶାଦ୍ରବ୍ୟ ଦେଇ ଏହି ଲୁଟ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପରିବାରର ପ୍ରାୟ ୪ ସଦସ୍ୟ ଗୁରୁତର ହେବା ସହ ଅଠରବାଙ୍କି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

 

Comments are closed.