ଯୁବକଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅନ୍ତର୍ଗତ ଜାଗେଶ୍ୱରପଡା ଅରୁହାବାଦ ଫତେପୁର ରାସ୍ତାରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କ ନିକଟରୁ ଟଙ୍କା ଲୁଟ କରିଛନ୍ତି। କଳା ପଲସରରେ ଆସି ଦୃର୍ବତ୍ତମାନେ ଯୁବକଙ୍କ ଠାରୁ ପ୍ରାୟ ୮୦ ହଜାର ଟଙ୍କା ଲୁଟ କରିଛନ୍ତି। ଯେଉଁ ଯୁବକଙ୍କ ଠାରୁ ଲୁଟ ହୋଇଛି, ସେ ଭାରତ ଫାଇନାନ୍ସର ଜଣେ କର୍ମଚାରୀ। ଲୁଟ ସମୟରେ ସେ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି।

Comments are closed.