ଝରକା କାଟି ପୋଷ୍ଟ ଅଫିସରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଲିଆପାଟଣା ଥାନା ଅନ୍ତର୍ଗତ ବନମାଳିପୁର ବଜାରରେ ଥିବା ପୋଷ୍ଟ ଅଫିସରୁ ଗତକାଲି ବିଳମ୍ବିତ ରାତିରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ପୋଷ୍ଟ ଅଫିସର ଝରକା କାଟି ପ୍ରାୟ ୨ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଛନ୍ତି। ଲୁଟ ହେବା ଖବର ପାଇ ବାଲିଆପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସରକାରୀ ହିସାବ ପରେ ସଠିକ ପରିମାଣରେ କେତେ ଟଙ୍କା ଲୁଟ ହେବ ଜଣାପଡିବ।
ସୂଚନାଯୋଗ୍ୟ ବନମାଳିପୁର ଅଞ୍ଚଳରେ ଅପରାଧର ପରିମାଣ ବୃଦ୍ଧି ସହ ଫାଣ୍ଡିକୁ ଥାନା କରିବା, ଅଧିକ ମାତ୍ରାରେ ପୁଲିସ କର୍ମଚାରୀ ନିଯୁକ୍ତି ପାଇଁ ଦୀର୍ଘଦିନ ହୋଇ ସାଧାରଣରେ ଦାବି ହେଉଛି। ଏହା ପୂରଣ ନହେଉଥିବାରୁ ଏପରି ଲୁଟ ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି।

Comments are closed.