ଦୁଇ ଦୋକାନରୁ ଚୋରୀ ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ପାଟଣା ବଜାରରେ ଥିବା ଦୁଇଟି ଷ୍ଟେସନାରୀ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଥିବା ନେଇ ପାଟଣା ଥାନାରେ ଅଭିଯୋଗ ହୋଇଛି । ପାଟଣା ବଜାରର ବିଷ୍ଣୁ ବେହେରାଙ୍କ ଭେରାଇଟ୍ ଷ୍ଟୋରରୁ ଟାଇଲ ଛପର ଭାଙ୍ଗି ଜିନିଷ ପତ୍ର ସହ ନଗଦ ୩୭ ହଜାର ଟଙ୍କା ଦୁବୃର୍ତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସେହିପରି ସହଦେବ ବେହେରାଙ୍କ ଦୋକାନରୁ ୬ହଜାର ଟଙ୍କା ଚୋରୀ ହୋଇଥିବା ସହଦେବ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ହୋମଗାର୍ଡ ରାତି ୩ଟା ପର୍ଯ୍ୟନ୍ତ ବଜାରରେ ଡ୍ୟୁଟିରେ ଥିବା ବେଳେ ରାତି ୩ଟା ପରେ ଚୋରୀ ହୋଇଥିବା ସନ୍ଦେହ କରାଯାଉଛି । ପାଟଣା ବଜାରରେ କ୍ରମାଗତ ସମାନ ଢ଼ଙ୍ଗରେ ୧୫ଦିନ ପୂର୍ବରୁ ଦାଶରଥି ଦାଶଙ୍କ ଦୋକାନରୁ ଚୋରୀ ହେବା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

 

Comments are closed.