ପୁଣି ବ୍ୟାଙ୍କ ଲୁଟ୍ ; ୬ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟି ନେଲେ ୨୦ ଲକ୍ଷ ଟଙ୍କା

ଜଳେଶ୍ବର: ମାତିଛନ୍ତି ଲୁଟେରେ। ଟଙ୍କା କମାଇବାର ସହଜ ଉପାୟ ଭାବୁଛନ୍ତି ବ୍ୟାଙ୍କ ଲୁଟ୍ । କିଛିଦିନ ତଳେ ରାଜଧାନୀ ଭୁବନେଶ୍ବରରେ ବ୍ୟାଙ୍କ ଲୁଟ ହୋଇଥିବା ବେଳେ ପୁଲିସ ଲୁଟେରାକୁ ଧରିବାରେ ସଫଳ ହୋଇଥିଲା । ପୁଣି ସମାନ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ଭୋଗରାଇ ବ୍ଲକରେ। ଭୋଗରାଇ ବ୍ଲକ ଚୌକି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ୨୦ ଲକ୍ଷ ଟଙ୍କା ଲୁଟ ହୋଇଛି। ୬ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ଲୁଟ କରି ୨ଟି ବାଇକରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Comments are closed.