ଦିନ ଦ୍ବିପ୍ରହରେ ଥାନା ସମ୍ନାରୁ ଟଙ୍କା ଲୁଟ୍

ଯାଜପୁର : ଯାଜପୁର ଥାନା ସାମ୍ନାରୁ ଦିନ ଦ୍ବିପ୍ରହରରେ ଜଣେ ବୃଦ୍ଧଙ୍କଠାରୁ ଦୁର୍ବୃତ୍ତ ୩.୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବୃଦ୍ଧ ଜଣକ ହେଉଛନ୍ତି ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ରାସୋଇ ପଞ୍ଚାୟତ ବୃନ୍ଦାବନପୁରର ରବି ନାରାୟଣ ରଥ। ସେ ଝିଅ ବାହାଘର ପାଇଁ ଯାଜପୁର ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ। ରବିଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.