ଗାଡ଼ି ଡିକି ଭାଙ୍ଗି ୯୫ ହଜାର ଟଙ୍କା ଲୁଟ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ଼ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୯୫ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ସୋମବାର ଟିଟିଲାଗଡ ଥାନା ଅନ୍ତର୍ଗତ ଦିଗସିରା ଗ୍ରାମର ହରି ବେହେରା ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରୁ ୯୫ ହଜାର ଟଙ୍କା ଉଠାଇ ନିଜ ଗାଡ଼ି ଡିକିରେ ରଖିଥିଲେ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଗାଡି ଛାଡି ସେ କୌଣସି ଏକ କାମରେ ବ୍ୟସ୍ତ ଥିବା ବେଳେ ତାଙ୍କ ଡିକି ଭାଙ୍ଗି କିଛି ଲୁଟେରା ଟଙ୍କା ଚୋରୀ କରିଥିଲେ। ଏନେଇ ହରି ଟିଟିଲାଗଡ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି କହିଛନ୍ତି।

Comments are closed.