ଏସକେଏସ ଫାଇନାନ୍ସ କର୍ମଚାରୀଙ୍କଠାରୁ ଭୂଜାଲି ଦେଖାଇ ଲୁଟ୍ ଅଭିଯୋଗ

ସୋର : ସୋର ଥାନା ଶିଙ୍ଗଖୁଣ୍ଟା ନୂଆସାହି ଶାସନ ରାସ୍ତାରେ ବୁଧବାର ଏସକେଏସ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀଙ୍କଠାରୁ ଭୂଜାଲି ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ୨ ଜଣ ଦୁର୍ବୃତ୍ତ ଫାଇନାନ୍ସ କର୍ମଚାରୀ ଅବିନାଶ ଦିକ୍ଷୀତଙ୍କୁ ଭୂଜାଲି ଦେଖାଇ ଧମକ ଦେବା ସହ ତାଙ୍କ ବାଇକ ଡିଗିକୁ ହାଣି ୧ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଅବିନାଶଙ୍କ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତ ୫ ଦିନ ମଧ୍ୟରେ ଉକ୍ତ ଅଞ୍ଚଳରେ ୪ଟି ଲୁଟ୍ ହୋଇଥିବା ସୂଚନା ମିଳିଛି।

Comments are closed.