ମହିଳାଙ୍କ ଠାରୁ ଚେନ୍‍ ଲୁଟ ଉଦ୍ୟମ ବିଫଳ, ଧରାପଡ଼ିଲା ଲୁଟେରା

ରାଉରକେଲା : ରାଉରକେଲାର କୋଏଲ ନଗର ପାର୍କ ନିକଟରେ ରବିବାର ମହିଳାଙ୍କ ଠାରୁ ସୁନା ଚେନ୍‍ ଲୁଟ ଉଦ୍ୟମ ବିଫଳ ହୋଇଛି। ପ୍ରାତଃ ଭ୍ରମଣ କରିବା ସମୟରେ ମହିଳାଙ୍କ ଠାରୁ ଚେନ ଝାମ୍ପିବା ସମୟରେ ୨ ବରିଷ୍ଠ ବ୍ୟକ୍ତି ଲୁଟେରାକୁ କାବୁ କରିଥିବା ଜଣାପଡ଼ିଛି। ଏହାପରେ ଲୁଟେରାକୁ ଝିରପାଣି ପୁଲିସ ପାଟ୍ରୋଲିଂ ଟିମର ଜିମା ଦେଇଥିବା ସୂଚନା ମିଳିଛି।

Comments are closed.