କ୍ବାରେଣ୍ଟାଇନ ସେଣ୍ଟରରୁ ଚୋରି, ସୁରଟ ଫେରନ୍ତାଙ୍କ ଟଙ୍କା ଓ ମୋବାଇଲ ଲୁଟ୍

ଛତ୍ରପୁର : ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ଅଧିନ ଶ୍ରୀହରିହରେଶ୍ୱର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଏକପ୍ରବାସୀଙ୍କ ଟଙ୍କା, ମୋବାଇଲ ଚୋରି ହୋଇଥିବା ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ସୂଚନାଅନୁସାରେ  ଗୁରୁବାର ରାତିରେ ନୁଆଁପଲ୍ଲୀ ଗ୍ରାମର ଝଡିଆ ଗୌଡ଼ ସୁରତ ରୁ ଫେରିଥିଲେ । ପରେ ତାଙ୍କୁ କ୍ୱାରାଣ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା । ସକାଳୁ ସେ ଉଠିବା ବେଳକୁ ତାଙ୍କ ୩୦ ହଜ଼ାର ଟଙ୍କା, ଗୋଟିଏ ଫୋନ ଓ ବ୍ୟାଗ୍ ଚୋରି ହୋଇଥିବା ଦେଖିଥିଲେ । ଚୋରି ହୋଇଥିବା ଉକ୍ତ ଵ୍ୟାଗରେ ବ୍ୟାଙ୍କ ଖାତା, ଏଟିଏମ କାର୍ଡ ସମେତ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ରହିଥିଲା । ପରେ ଏହି ଘଟଣାକୁ ନେଇ କେନ୍ଦ୍ର ର ପରିଚାଳନା କୁ କହିବା ସହ ପୁଲିସକୁ ଅବଗତ କରାଯାଇଥିଲା । ଘଟଣାର ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଉକ୍ତ କେନ୍ଦ୍ର ରେ ୧୬ ଜଣ ପ୍ରବାସୀ ରହୁଥିବା ଜଣାପଡିଛି ।

Comments are closed.