ଦିନ ଦ୍ବିପ୍ରହରରେ ଟଙ୍କା ସହ ସ୍କୁଟି ଲୁଟି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ରୋଡ଼ ବଡ଼ଶଙ୍ଖଠାରେ ରବିବାର ଦିନ ଦ୍ବିପ୍ରହରରେ ରାସ୍ତା ଉପରୁ ଟଙ୍କା ଓ ସ୍କୁଟି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଜଣେ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୧ ଲକ୍ଷ ୮୨ହଜାର ଟଙ୍କା ଲୁଟିବା ସହ ତାଙ୍କ ସ୍କୁଟି ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ।

ସୂଚନାନୁସାରେ, କର୍ମଚାରୀ ଜଣକ ଉକ୍ତ ରାସ୍ତାରେ ଟଙ୍କା ବ୍ୟାଗ ନେଇ ସ୍କୁଟି ଯୋଗେ ଅଫିସ ଯାଉଥିଲେ। ହଠାତ୍ ଦୁଇଜଣ ଦୁର୍ବୃତ୍ତ ଆସି କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ବ୍ୟାଗ୍ ଛଡ଼ାଇ ନେବା ସହ ତାଙ୍କ ସ୍କୁଟି ମଧ୍ୟ ନେଇଯାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ଉକ୍ତ କର୍ମଚାରୀ ବାଣପୁର ଥାନାରେ ଅଭିଯୋଗ ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.