ବନ୍ଧୁକ ଦେଖାଇ ଲୁଟ ବେଳେ ୨ ହାଇୱେ ଲୁଟେରା ଗିରଫ

ଭୁବନେଶ୍ୱର : କମିଶନ ପୁଲିସର କ୍ୟୁଏଟି ଟିମ ଦ୍ୱାରା ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଚାରିଚକିଆ ଯାନ ଲୁଟ କରୁଥିବା ବେଳେ ୨ ଲୁଟେରାଙ୍କୁ ଗିରଫ କରାଯାଇଛି। ଲୁଟେରାଙ୍କ ଠାରୁ ୨ଟି କାର, ଗୋଟିଏ ମାଉଜର ଓ ମୋବାଇଲ ଜବତ ହୋଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ଜବତ କରିଥିବା କାର ମଧ୍ୟରୁ ନିକଟରେ ମଞ୍ଚେଶ୍ୱରରୁ ଲୁଟ ହୋଇଥିବା ବେଳେ ଲୁଟରେ ବ୍ୟବହୃତ ଅନ୍ୟ କାରଟିରେ ପଶ୍ଚିମବଙ୍ଗ ନମ୍ବର ଥିବା ଜଣାପଡ଼ିଛି।

Comments are closed.