ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଚୋର: ଲୁଟି ନେଲେ ନଗଦ ଟଙ୍କା, ଏଲସିଡ଼ି ଟିଭି

ବେଗୁନିଆ: ବେଗୁନିଆ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପଛପଟେ ଥିବା ବସନ୍ତକୁମାର ପ୍ରହରାଜଙ୍କ ଘରୁ ଗତ ଶନିବାର ରାତିରେ କେହି ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ନଗଦ ଟଙ୍କା ସହିତ ବିଭିନ୍ନ ଜିନିଷ ଚୋରି କରିନେଇଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି। ଘରେ ସେ ନ ଥିବା ବେଳେ ଦୁର୍ବୃତ୍ତମାନେ ଘରେ ଥିବା ୧୨ହଜାର ଟଙ୍କା, ଏଲସିଡ଼ି ଟିଭି ଏବଂ ଏକ ଆଣ୍ଡ୍ରଏଡ଼ ଫୋନ ସହିତ ଅନ୍ୟାନ ସାମଗ୍ରୀ ଚୋରି କରି ନେଇଛନ୍ତି। ନିଶା ସେବନ କରି ରାତିରେ ବୁଲୁଥିବା ଯୁବକମାନେ ଏପରି କାର୍ଯ୍ୟ କରିଛନ୍ତି ବୋଲି ବସନ୍ତ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.