ରାଜଧାନୀରେ ଲୁଟେରା ଆତଙ୍କ ; ବୃଦ୍ଧାଙ୍କ ଠାରୁ ଝାମ୍ପି ନେଲେ କାନଫୁଲ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧିକ ମାମଲା ଓ ଲୁଟପାତ , ଛିନତାଇ ଘଟଣା ସାମ୍ନାକୁ ଆସୁଛି। ଆଜି ସକାଳେ ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ବୃଦ୍ଧାଙ୍କ ଠାରୁ ୨ ଦୁର୍ବୃତ୍ତ କାନଫୁଲ ଝାମ୍ପିନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ବୃଦ୍ଧା ଜଣଙ୍କ ଫୁଲ ତୋଳିବାକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଠାରୁ କାନଫୁଲ ଝାମ୍ପି ନେଇଛନ୍ତି। ଘଟଣା ନେଇ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

 

Comments are closed.