ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡ଼କାୟତି

0

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ପ୍ରତାପପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡ଼କାୟତି ହୋଇଛି। ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ୩ ଜଣ ଡ଼କାୟତ ବ୍ୟାଙ୍କ ପଛରେ ଥିବା ପଞ୍ଚାୟତ କାର୍ଯ୍ୟାଳୟର ରାତି ଜଗୁଆଳିଙ୍କୁ ବନ୍ଧୁକ ଦେଖାଇ ବାନ୍ଧି ପକାଇଥିଲେ। ଏହା ପରେ ବ୍ୟାଙ୍କ ପଛପଟ ଝରକା ଭାଙ୍ଗି ଭିତରକୁ ପଶି ଡ଼କାୟତି କରିଥିବାର ଜଣାପଡ଼ିଛି।
ଡ଼କାୟତମାନେ ହିନ୍ଦୀ ଭାଷାରେ କଥା ହେଉଥିବା ସୂଚନା ମିଳିଛି। ସେମାନେ ଯିବା ପରେ ଜଗୁଆଳି ମୁହଁରେ ଲାଗିଥିବା ସେଲୋଟ୍ୟାପ ଲୁହା ଖଟ ଦଣ୍ଡାରେ ଘଷି ଛିଡ଼ାଇ ପାଟି କରିଥିବାରୁ ଏହି ଖବର ପ୍ରଘଟ ହୋଇଥିଲା।
ଖବର ପାଇବା ପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାତିରେ ବାରମ୍ବାର ବିଦ୍ୟୁତ କାଟ ଯୋଗୁ ଡ଼କାୟତି ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ବଡ଼ସାହି – ବାରିପଦା ରାସ୍ତା ଅବରୋଧ କରିଛନ୍ତି।

Leave A Reply