ଥାନା ସମ୍ମୁଖରୁ ମା’ ଦୁର୍ଗାଙ୍କ ମନ୍ଦିରରୁ ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଚୋରି

ରେଙ୍ଗାଲିକ୍ୟାମ୍ପ: ଅତାବିରା ଜାତୀୟ ରାଜପଥ କଡ ତଥା ଥାନା ସମ୍ମୁଖରେ ଥିବା ମା’ ଦୁର୍ଗାଙ୍କ ମନ୍ଦିରରୁ ଆଜି ବଡ ଧରଣର ଡ଼କାୟତି ହୋଇଛି। ଯାହା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ପଣ୍ଡିତ ଧର୍ମୁ ସକାଳେ ପୂଜାର୍ଚ୍ଚନା ପାଇଁ ମନ୍ଦିର ଖୋଲିବାରୁ ଦେଖନ୍ତି ତ ପଛପଟେ ଥିବା ଗେଟଟି ଖୋଲା ରହିଛି ଓ ଲାଗିଥିବା ତାଲା ଭାଙ୍ଗିପଡ଼ିଛି। ଏହା ସହ ମାଆଙ୍କର ୪ଟି ରୂପା ଛତର, ମୁକୁଟ,୨୪କ୍ୟାରେଟ ସୁନାର ମଥାମଣି ଏବଂ ହୁଣ୍ଡିର ସମସ୍ତ ଟଙ୍କା ଚୋରମାନେ ନେଇଯାଇଥିବା ଦେଖି ସେ ମନ୍ଦିର କମିଟିର ସମସ୍ତ ମୁଖ୍ୟଙ୍କୁ ଖବର ଦେଇଥିଲେ। ସମସ୍ତେ ଖବର ପାଇ ମନ୍ଦିରକୁ ପହଞ୍ଚି ଘଟଣାର ସତ୍ୟାସତ୍ୟ ବୁଝିଥିଲେ ।ପରେ ସି ସି କ୍ୟାମେରା ର ଫୁଟେଜ ରୁ ଜଣା ପଡ଼ିଛି ଯେ ବିଳମ୍ୱିତ ରାତିରେ ମନ୍ଦିର ର ପଛପଟୁ ଡକାୟତମାନେ ପଶି ଏହି ଘୃଣ୍ୟ କାର୍ୟ୍ୟ କରିଛନ୍ତି।କିନ୍ତୁ ସ୍ପଷ୍ଟ ଜଣା ପଡିନାହିଁ।ଘଟଣାକୁ ଅନୁଧ୍ୟାନ କଲେ ଜଣା ପଡ଼ୁଛି ଯେ ଏହି କାମ କୌଣସି ଜଣକ ଦ୍ଵାରା ହୋଇ ନ ଥିବ, ନିଶ୍ଚିତ ଭାବରେ ଅନେକ ଲୋକ ଏଥିରେ ଲିପ୍ତ ରହିଛନ୍ତି। ଥାନା ସମ୍ମୁଖରୁ ଚୋରି ହେଉଛି ପୁଣି ଜାତୀୟ ରାଜପଥ କଡ଼ରୁ।ତଥାପି ପୋଲିସ ଟିକେ ସୁରାକ ବି ପାଇ ନଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ବସ୍ତି ଅଞ୍ଚଳରେ ଆଉ ସୁରକ୍ଷା କଥା କେମିତି ଚିନ୍ତା କରାଯାଇପାରିବ ବୋଲି ଜଣ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅତାବିରା ଚୋରଙ୍କ ଗଡ ସାଜିଥିବା ବେଳେ ଏହି ଡକାୟତ ମାନେ ଶେଷରେ ଦେବା ଦେବୀଙ୍କୁ ମଧ୍ୟ ଛାଡି ନାହାନ୍ତି । ଦେବୀ ଙ୍କ ଅଳଙ୍କାର ଚୋରି ଏହା ଅତାବିରା ରେ ପ୍ରଥମ ଘଟଣା। ଏ ନେଇ ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।

Comments are closed.