ସେରିଗୁମ୍ମା ସରକାରୀ ଉଚ୍ଚବିଦ୍ୟାଳୟର କମ୍ପ୍ୟୁଟର ଗୃହରୁ ୪ଟି ମନିଟର ଚୋରି ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରୁ କମ୍ପ୍ୟୁଟର ଗୃହରୁ ୪ଟି ମନିଟର ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ବିଦ୍ୟାଳୟର ଅତିରିକ୍ତ ଗୃହରେ ଅଚଳାବସ୍ଥାରେ ଥିବା କମ୍ପ୍ୟୁଟରର ସମସ୍ତ ଜିନିଷ ରଖାଯାଇଥିଲା । ଉକ୍ତ ଗୃହକୁ ନଭେମ୍ବର ମାସ ୨୬ ତାରିଖ ଦିନ ଖାଲିଥିଲେ। ସେଠାରେ ରଖାଯାଇଥିବା ୬ଟି କମ୍ପ୍ୟୁଟରର ସମସ୍ତ ଜିନିଷ ରଖା ଯାଇଥିଲା।ସେଥିରୁ ୪ଟି ମନିଟର ଚୋରି ହୋଇଥିବା ଦେଖି ୩୦ତାରିଖ ଦିନ ସ୍ଥାନୀୟ ଥାନାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ଭତ୍ରୀଆ ଲିଖିତ ଅଭିଯୋଗ ଦେଇଛନ୍ତି । ଏହାକୁ ନେଇ ପୁଲିସ ତଦନ୍ତ ଚଳାଇଛି। ବିଦ୍ୟାଳୟର ଶେଷ ଭାଗରେ ଉକ୍ତ ଗୃହ ଥିବାରୁ ଝରକା ଦେଇ ଚୋର ପଶି ଚୋରାଇ ନେଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଜଣାପଡୁଛି ।

Comments are closed.