ପ୍ରଧାନମନ୍ତ୍ରୀଙ୍କ ଝିଆରୀଠାରୁ ଲୁଟ୍‌, ଜଣେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝିଆରୀ ଦମୟନ୍ତୀ ମୋଦୀଙ୍କଠାରୁ ରାଜଧାନୀ ନୂଆଦିଲ୍ଲୀରେ ହୋଇଥିବା ଲୁଟ୍‌ ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାମ ନୋନୁ। ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଆଧାରରେ ନୋନୁକୁ ଚିହ୍ନଟ କରିବା ପରେ ତା’କୁ ଗିରଫ କରିଛି। ଦମୟନ୍ତୀଙ୍କଠାରୁ ଲୁଟ୍ ହୋଇଥିବା ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି। ନୋନୁ ସହିତ ଥିବା ଅନ୍ୟତମ ଅଭିଯୁକ୍ତ ଜଣେ ନାବାଳକ ବୋଲି ଜଣାପଡ଼ିଛି। ପୁଲିସ ଏ ନେଇ ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ଶନିବାର ସକାଳ ପ୍ରାୟ ୬ଟା ୪୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଭାଇ ପ୍ରହଲ୍ଲାଦ ମୋଦୀଙ୍କ ଝିଅ ଦମୟନ୍ତୀ ପରିବାର ସହିତ ଏକ ଅଟୋରେ ପୁରୁଣା ଦିଲ୍ଲୀ ରେଳ ଷ୍ଟେଶନରୁ ସିଭିଲ ଲାଇନ୍ସସ୍ଥିତ ଗୁଜରାଟ ଭବନକୁ ଯାଉଥିଲେ। ଦୁଇଜଣ ଦୁର୍ବୃତ୍ତ ସ୍କୁଟିରେ ଆସି ସିଭିଲ ଲାଇନ୍ସ ନିକଟରେ ଦମୟନ୍ତୀଙ୍କଠାରୁ ପର୍ସ ଛଡ଼ାଇ ନେଇଥିଲେ। ପର୍ସରେ ଦୁଇଟି ମୋବାଇଲ ଫୋନ, ୫୦ରୁ ୬୦ ହଜାର ଟଙ୍କା, ଏଟିଏମ କାର୍ଡ ଏବଂ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ରହିଥିଲା। ତେବେ ଲୁଟର ଶିକାର ଯୁବତୀ ପ୍ରଧାନମନ୍ତ୍ରୀଙ୍କ ଝିଆରୀ ବୋଲି ଯେତେବେଳେ ଜଣାପଡ଼ିଲା ସେତେବେଳେ ପୁଲିସର ହୋଶ୍‌ ଉଡ଼ିଯାଇଥିଲା। ପୁଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Comments are closed.