ଅଭିନବ ଉପାୟରେ ଏଟିଏମରୁ ୩୪ ଲକ୍ଷ ଟଙ୍କା ଲୁଟ ; ଜଣେ ଗିରଫ

ରାଉରକେଲା : ଅଭିନବ ଉପାୟରେ ଏଟିଏମରୁ ୩୪ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଣେ ଗିରଫ ହୋଇଛି। ଏଭଳି ଘଟଣା ରାଉରକେଲାରେ ଘଟିଛି। ଘଟଣାକ୍ରମେ ସିକ୍ରେଟ କୋଡ୍‍ ଦ୍ୱାରା ଟଙ୍କା ଲୁଟ କରିଥିବା ଅଭିଯୁକ୍ତକୁ ରାଉରକେଲା ପୁଲିସ ଗିରଫ କରିଛି। ଏଟିଏମରେ ଟଙ୍କା ଭର୍ତ୍ତି କଣ୍ଟ୍ରାକ୍ଟ ନେଇଥିବା ସଂସ୍ଥାର କର୍ମଚାରୀ ଗିରଫ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଟଙ୍କା ଭର୍ତ୍ତି ହେବା ପରେ ସୁବିଧା ଦେଖି ସମ୍ପୃକ୍ତ ବ୍ୟକ୍ତି ଟଙ୍କା ଉଠାଉଥିଲେ। ସିକ୍ରେଟ କୋଡ ବ୍ୟବହାର କରି ଗତ ୯ ମାସ ହେବ ଏପରି ଲୁଟ କରୁଥିଲେ। ସହରର ୪ଟି ଏଟିଏମରୁ ଏପରି ଲୁଟ ହେବା ପରେ ଥାନାରେ ଏତଲା ହୋଇଥିଲା। ଘଟଣାର ତଦନ୍ତ ଜାରି ରହିଛି।

 

Comments are closed.