ବ୍ୟବସାୟୀଙ୍କ ପତ୍ନୀଙ୍କୁ ହତ୍ୟା କରି ଲୁଟ୍ ଅଭିଯୋଗ

ଟିଟିଲାଗଡ : ଟିଟିଲାଗଡ ସର୍ଗିଗୁଡ଼ା ନିବାସୀ ଆନନ୍ଦ ଅଗ୍ରୱାଲଙ୍କ ପତ୍ନୀଙ୍କୁ ଲୁଟ୍ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତ ରାତ୍ରିରେ ବ୍ୟବସାୟୀ ଆନନ୍ଦଙ୍କ ପତ୍ନୀ ସୁମିତ୍ରା ଘରେ ଏକୁଟିଆ ଥିବାବେଳେ ଦୁର୍ବୃତ୍ତ ଘରେ ପଶି ଲୁଟ୍ କରିବା ସହ ତାଙ୍କୁ ଘରେ ଥିବା କୂଅରେ ପକାଇ ଦେଇଥିବା ସ୍ଵାମୀ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ୭ରୁ ରାତ୍ରି ୯ ଟା ମଧ୍ୟରେ ହତ୍ୟା ହୋଇଥିବା ଜଣାପଡ଼ିଛି। ରାତ୍ରି ୯ଟାରେ ସ୍ଵାମୀ ସହର ମଧ୍ୟସ୍ଥ ନିଜ ଦୋକାନ ବନ୍ଦ କରି ଘରକୁ ଫେରିବା ପରେ ପତ୍ନୀଙ୍କୁ ବହୁ ଖୋଜାଖୋଜି ପରେ କୂଅରେ ମୃତଦେହ ଭାସୁଥିବା ଦେଖିଥିଲେ। ଏନେଇ ପୁଲିସକୁ ରାତ୍ରିରେ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘର ସିଲ୍ କରିଛି। ଆଜି ବଲାଙ୍ଗୀରରୁ ସନ୍ଧାନି କୁକୁର, ସାଇଣ୍ଟିଫିକ୍ ଟିମ୍ ଆସିବେ ବୋଲିି ପୁଲିସ କହିଛି। ଟିଟିଲାଗଡରେ ଗତ କିଛି ଦିନ ହେଲା ଏଭଳି ଲୁଟ୍ ତରାଜ୍ ଜୋରଦାର ନେଇ ନାଗରିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Comments are closed.