ଲକ୍ଷାଧିକ ଟଙ୍କାର ଗହଣା ଚୋରି ଅଭିଯୋଗ

0

ବଡ଼ସାହି : ଶନିବାର ବିଳମ୍ବିତ ରାତିରେ ଆମ୍ବଡାଳି ଗ୍ରାମର ଚନ୍ଦ୍ରଭାନୁ ଦାଶଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବଡ଼ସାହି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ। ପ୍ରକାଶ ଯେ, ଚନ୍ଦ୍ରଭାନୁଙ୍କ ପରିବାର ଲୋକେ ଖାଇସାରି ଶୋଇବା ପରେ ଦୁର୍ବୃତ୍ତମାନେ ରୋଷେଇ ଘର କାନ୍ଥ ଭାଙ୍ଗି ଘର ଭିତରକୁ ପଶିଥିଲେ। ଲୁହା ଆଲମୀରା ଭାଙ୍ଗି ସେଥିରୁ ୪ଟି ସୁନାହାର, ୭ହଳ କାନଫୁଲ, ୮ଟି ମୁଦି, ୩ଟି ମଙ୍ଗଳସୂତ୍ର ଓ ରୂପା ପାଉଁଜି ସହ ନଗଦ ୭ହଜାର ଟଙ୍କା ଲୁଟ୍‍ କରି ନେଇଛନ୍ତି। ଭୋରରୁ ଉଠି ଦେଖିବା ପରେ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply