ରାଜଧାନୀରେ ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ, ପୁଲିସର ଛାନଭିନ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ବାଲିପାଟଣାର ଏକ ବ୍ୟାଙ୍କରେ ଲୁଟ ଉଦ୍ୟମ ପଣ୍ଡ  ହୋଇଛି। ଲୁଟେରାମାନେ ମୁଖାପିନ୍ଧି ଲୁଟ ଉଦ୍ୟମ କରିଥିଲେ। ସେମାନେ ବାଲିପାଟଣାସ୍ଥିତ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଲକର ଭାଙ୍ଗି ଲୁଟ ଉଦ୍ୟମ କରିଥିଲେ। ତେବେ ସେମାନେ ବ୍ୟାଙ୍କର ଲକର ଭାଙ୍ଗି ପାରିନଥିଲେ। ସିସିଟିଭିରେ କଏଦ ହୋଇଛି। ଲୁଟ ଉଦ୍ୟମର ସମ୍ପୂର୍ଣ୍ଣ ଦୃଶ୍ୟ। ଲୋକେ ଘଟଣା ସମ୍ପର୍କରେ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ପୁଲିସ ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମର ଛାନଭିନ ଜାରି ରଖିଛି। ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ ହେବା ପରେ ସେଠାରୁ ଲୁଟେରାମାନେ ଚମ୍ପଟ ମାରିଛନ୍ତି। ତେବେ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.