ନୂଆପଡା ଯୋଗେଶ୍ବର ମନ୍ଦିରରୁ ଚୋରି

0

ନୂଆପଡା : ନୂଆପଡା ଜିଲା ସଦର ବ୍ଲକ ଅନ୍ତର୍ଗତ ଧରମବନ୍ଧା ନିକଟ ପ୍ରସିଦ୍ଧ ପତୋରାସ୍ଥି ଯୋଗେଶ୍ବର ଶିବ ମନ୍ଦିରରୁ ଚୋରି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି କରି ନେଇଥିବା ଜଣାପଡିଛି। ବୁଧବାର ସକାଳେ ପୂଜକ ମନ୍ଦିରକୁ ଯିବାରୁ ଏହି ଚୋରି ସମ୍ବନ୍ଧରେ ଜଣାପଡିଥିଲା। ଦୁବୃର୍ତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଦାନ ବାକ୍ସ ଓ ଶିବପାର୍ବତୀଙ୍କ ରୂପା ନିର୍ମିତ ମୁକୁଟ ଚୋରାଇ ନେଇଛନ୍ତି। ଏହାସହ ଦାନ ବାକ୍ସରୁ ଟଙ୍କା ନେଇ ଖାଲି ବାକ୍ସ ଫୋପାଡି ଦେଇଯାଇଥିବା ସୂଚନା ମିଳିଛି। ଖବର ପାଇ ଧମରବନ୍ଧା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

Leave A Reply