ଘର ଭିତରୁ ଟଙ୍କା ଓ ସୁନା ଲୁଟ

0

ସୋର : ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଡ଼ାକ୍ତରଖାନା ନିକଟରେ ଥିବା ଜଣଙ୍କ ଘରେ ପଶି ଟଙ୍କା ଓ ସୁନା ଲୁଟ କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୁହଁରେ କଳା କପଡ଼ା ବାନ୍ଧି ବନ୍ଧୁକ ଭୁଜାଲି ଦେଖାଇ ୭୦ ହଜାର ଟଙ୍କା, ସୁନାଗହଣା ଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟେରାଙ୍କ ଆକ୍ରମଣରେ ଘର ମାଲିକଙ୍କର ତିନିଟି ଆଙ୍ଗୁଠି କଟି ଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply