ପୁଲିସ ପରିଚୟ ଦେଇ ନର୍ସଙ୍କ ଠାରୁ ସୁନା ଗହଣା ଲୁଟ ଅଭିଯୋଗ

0

ବାଲେଶ୍ୱର : ପୁଲିସ ପରିଚୟ ଦେଇ ଜଣେ କର୍ମଜୀବୀ ମହିଳାଙ୍କଠାରୁ ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ସୋର କୋର୍ଟ ଛକ ନିକଟରେ ଘଟିଛି । ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର ଡାକ୍ତରଖାନାର ମହିଳା ସ୍ବସ୍ଥ୍ୟକର୍ମୀ ସବିତାମଣୀ ଜେନା ଅଫିସ ଯିବା ବେଳେ କୋର୍ଟ ଛକ ନିକଟରେ କଳା ବାଇକରେ ଦୁଇ ଅଚିହ୍ନା ଯୁବକ ଆସି ତାଙ୍କୁ ଅଟକାଇ ଥିଲେ । ଗତରାତିରେ ଏହି ଅଞ୍ଚଳରେ ସୁନା ଗହଣା ପାଇଁ ମହିଳାଙ୍କୁ ହତ୍ୟା କରାଯାଇଛି । ଆପଣ ଦେହରୁ ଗହଣା ଖୋଲି ଯାଆନ୍ତୁ ଅଚିହ୍ନା ଯୁବକ ମହିଳାଙ୍କୁ କହିଥିଲେ । ହେଲେ ମହିଳା ସେମାନଙ୍କ କଥା ନମାନିବାରୁ ଆମେ ପୁଲିସ ଅଧିକାରୀ ବୋଲି ପରିଚୟ ଦେଇଥିଲେ । ସବିତା ଗହଣା ଖୋଲିବା ମାତ୍ରେ ହିଁ  ଲୁଟେରା ତାଙ୍କ ହାତରୁ ଗହଣା ଧରି ଚମ୍ପଟ ମାରିଥିଲେ । ଏନେଇ ସବିତା ସୋର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ପୁଲିସ ତନାଘନା ଆରମ୍ଭ କରିଛି ।

Leave A Reply