ସେସୁ କର୍ମଚାରୀଙ୍କ ଘରୁ ଡ଼କାୟତି

0

କାମାକ୍ଷାନଗର : ଢେଙ୍କାନାଳ ଜିଲା ତୁମୁଶିଙ୍ଗା ଥାନା ଅଞ୍ଚଳ ପଣ୍ଡୁଆ ଛକରେ ଶନିବାର ବିଳମ୍ବିତ ରାତିରେ ଜଣେ ସେସୁ କର୍ମଚାରୀଙ୍କ ଘରେ ସଶସ୍ତ୍ର ଡ଼କାୟତି ହୋଇଥିବା ଅଭିଯୋଗ ହୋଇଛି। ଡ଼କାୟତମାନେ ନଗଦ ସାଢେ ୩ ଲକ୍ଷ ଟଙ୍କା ଓ ୧୩ ଭରି ସୁନା ଲୁଟ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସେସୁ କର୍ମଚାରୀଙ୍କ ଘରେ ଡ଼କାୟତମାନେ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିବା ସହ ମାରପିଟ କରିଥିଲେ। ଏହା ପରେ ଟଙ୍କା ଓ ସୁନା ଗହଣା ଲୁଟ କରି ପଳାଇଥିବା ଜଣାପଡ଼ିଛି। ଏହା ପରେ ସେସୁ କର୍ମଚାରୀ ତୁମୁଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଜଣାପଡ଼ିଛି।

Leave A Reply