ମନ୍ଦିରରୁ ଲୁଟ ଅଭିଯୋଗ

0

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣା କଟକ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମନ୍ଦିରରୁ ପାଞ୍ଚଟି ରୁପା ମୁକୁଟ ଓ ପାଞ୍ଚଟି  ରୁପା ଛତ୍ରୀ ଚୋରି ହୋଇଛି। ଏନେଇ ପୁରୁଣା କଟକ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଲୁଟେରା ଓ ଲୁଟ ହୋଇଥିବା ଜିନିଷ ବିଷୟରେ କୌଣସି ତଥ୍ୟ ମିଳିନାହିଁ ବୋଲି ଜଣାପଡ଼ିଛି।

Leave A Reply