ବ୍ୟବସାୟୀଙ୍କ ଠାରୁ ଲୁଟ ଅଭିଯୋଗ

0

ବାରିପଦା : ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ବାରିପଦା ଟ୍ରାଫିକ ଛକ ନିକଟ ବଜାରରେ ବ୍ୟବସାୟୀଙ୍କ ଠାରୁ ଏହି ଲୁଟ ହୋଇଛି। ଦୋକାନୀ ଜଣକ ଟଙ୍କା ବ୍ୟାଗ ରଖି ଦୋକାନ ଖୋଲୁ ଥିବା ସମୟରେ ଦୁର୍ବୃତ୍ତମାନେ ଲୁଟ କରି ନେଇଛନ୍ତି। ବ୍ୟାଗରେ ଦୁଇ ଲକ୍ଷ ଟଙ୍କା ଥିବା ଦୋକାନୀ ଜଣକ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply