ପରୀକ୍ଷାର୍ଥୀଙ୍କ ଠାରୁ ଲୁଟ ଅଭିଯୋଗ

0

ଭୁବନେଶ୍ୱର : ସେନାରେ ନିଯୁକ୍ତି ପାଇଁ ଓଡ଼ିଶା ଆସିଥିବା ବିହାରର ଜଣେ ପରୀକ୍ଷାର୍ଥୀଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଷ୍ଟେସନ ନିକଟରେ ପରୀକ୍ଷାର୍ଥୀ ଜଣକ ଛିଡ଼ା ହୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ସାର୍ଟିଫିକେଟ ଥିବା ବ୍ୟାଗକୁ ଛଡ଼ାଇ ନେଇଥିଲେ। ପରେ ଲୁଟେରାମାନେ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେ ବୁଲୁଥିବାର ଦେଖି ପରୀକ୍ଷାର୍ଥୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଲୁଟେରା ବ୍ୟବହାର କରିଥିବା ବାଇକକୁ ମଧ୍ୟ ଜବତ କରିଛି। ମାତ୍ର ଲୁଟ ସାମଗ୍ରୀ ଜବତ ହୋଇପାରି ନାହିଁ। ଅନ୍ୟ ୨ ଜଣ ଲୁଟେରାଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି।

Leave A Reply