ମାର୍କୋଣା ଷ୍ଟେସନ ବଜାରରୁ ଚୋରି, ଜଣେ ଅଟକ

0

ବାଲେଶ୍ବର : ମାର୍କୋଣା ଷ୍ଟେସନ ବଜାରରୁ ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଷ୍ଟେସନ ବଜାରରେ ଥିବା ୩ଟି ଦୋକାନର ତାଲା ଭାଙ୍ଗି ଦେଇଥିଲେ। ତାଲା ଭାଙ୍ଗି ଦୋକାନରେ ଥିବା​‌ ସମସ୍ତ ଜିନିଷ ସହ ୨୦ହଜାରରୁ ଅଧିକ ଟଙ୍କା ଚୋରି କରି ନେଇଥିଲେ। ଏନେଇ ସିମୁଳିଆ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦେହରେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏହାସହ ତଦନ୍ତ ମଧ୍ୟ କରୁଛି।

Leave A Reply