ଏଟିଏମ ଲୁଟ ବେଳେ ଧରା ପଡ଼ିଲେ ଦୁର୍ବୃତ୍ତ

0

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦାରେ ଏଟିଏମ ଲୁଟ କରିବା ପାଇଁ ଦୁର୍ବୃତ୍ତ ଉଦ୍ୟମ କରିଥିଲେ। ମାତ୍ର ଲୋକଙ୍କ ହାତରେ ଧରାପଡ଼ି ଯାଇ ଲୁଟେରା ନିର୍ଧୂମ ଛେଚା ଖାଇଲେ।
ସୂଚନା ଅନୁଯାୟୀ, ବୁଧବାର ରାତିରେ ମାଳଦା ବଜାରରେ ଥିବା ଏସ୍‍ବିଆଇ ଏଟିଏମକୁ ଜଣେ ଲୁଟେରା ଭାଙ୍ଗିବା ସହ ଲୁଟ ପାଇଁ ଉଦ୍ୟମ କରୁଥିଲା। ଏହା ଲୋକଙ୍କ ନଜରରେ ପଡ଼ିଯିବାରୁ ସେଠାରୁ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ସ୍ଥାନୀୟ ଲୋକେ ତାକୁ କାବୁ କରି ମାଡ଼ ମାରିଥିଲେ। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଖବର ପାଇ ଘଟଣାସ୍ଥଳରେ ଆହତ ଲୁଟେରାକୁ ଉଦ୍ଧାର କରିଥିଲା। ଏହାସହ ଏଟିଏମ ଠାରୁ କିଛି ଦୂରରେ ଥିବା କାରକୁ ଜବତ କରିବା ସହ ଡ଼୍ରାଇଭରକୁ ପୁଲିସ ଅଟକ ରଖିଛି।

Leave A Reply