ଚେନ୍ ଲୁଟେରାଙ୍କୁ କାବୁ କରି ନିସ୍ତୁକ ପିଟିଲେ ସ୍ଥାନୀୟଲୋକ

0

ଯାଜପୁର : ଯାଜପୁର ଥାନା ଅଧିନସ୍ଥ କପାସି ଛକ ନିକଟରେ ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ଲୁଟେରାକୁ କାବୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ଜନୈକ ଗର୍ଭବତୀ ମହିଳା ତାଙ୍କ ସ୍ୱାମୀ ସହିତ ଯାଜପୁର ମେଡ଼ିକାଲରେ ଚିକିତ୍ସା ପରେ ଘରକୁ ଫେରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ମହିଳା ଜଣକ ସୟଦପୁର ସ୍ଥିତ ନରୁଆ ଗ୍ରାମର ହେମନ୍ତ ରାଜଙ୍କ ପତ୍ନୀ ସାବିତ୍ରୀ ରାଜ  ଉଭୟ ଏକ ବାଇକ୍ ରେ ଘରକୁ ଫେରିବା ବେଳେ ଲୁଟେରା ଜଣଙ୍କ ତାହାକୁ ପିଛା କରି ଚେନ ଲୁଟ ଉଦ୍ୟମ କରିବା ସମୟରେ ବାଇକରୁ ଦମ୍ପତି ଖସିପଡି ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇବା ସହ ଲୁଟେରାକୁ କାବୁ କରି ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଦେଇଛନ୍ତି । ପରେ ଅଭିଯୁକ୍ତଙ୍କୁ ପୁଲିସକୁ ଜିମା ଦେଇଥିଲେ । ଉତ୍ତ୍ୟକ୍ତ ଲୋକମାନେ ଲୁଟେରାର ପଲସର ବାଇକକୁ ପୋଡି ଦେଇଥିବା ଜଣାପଡିଛି ।

Leave A Reply