ଗୁଳି ଫୁଟାଇ ୭ଲକ୍ଷ ଟଙ୍କା ଲୁଟ୍‍,ଜଣେ ଗିରଫ

0

କଟକ: ଗୁଳି ଫୁଟାଇ ବ୍ୟବସାୟୀ ସୁମିତ ବାଣ୍ଟିଆଙ୍କଠାରୁ ୭ଲକ୍ଷ ଟଙ୍କା ଲୁଟିନେବା ଘଟଣାରେ ପୁଲିସ ଗୁରୁବାର ଜଣକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଲେ ଖାନନଗର ଗୁରୁସାହିର ଲୋକେନ୍‍ ଗୁରୁ(୧୯)। ତା’ ନିକଟରୁ ପୁଲିସ ଲୁଟ୍‍ ସ୍କୁଟର ସହିତ ୯ହଜାର ଟଙ୍କା ଜବତ କରିଛି। ଏହି ଘଟଣାରେ ଆହୁରି ୪ଜଣ ସଂପୃକ୍ତ ଥିବା ନେଇ ଅଭିଯୁକ୍ତ ଲୋକେନ୍‍ଙ୍କୁ ପଚରାଉଚୁରା ବେଳେ ଜଣାପଡିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଧରିବାରେ ସମର୍ଥ ହୋଇପାରିନାହିଁ।
ଗତ ୨ ତାରିଖ ବିଳମ୍ବିତ ରାତ୍ରିରେ ଖାନନଗରର ବାସିନ୍ଦା ସୁମିତ ବାଣ୍ଟିଆ ପିଠାପୁରରେ ଥିବା ନିଜର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ୭ଲକ୍ଷ ଟଙ୍କା ଧରି ସ୍କୁଟରରେ ଘରକୁ ଫେରୁଥିଲେ। ଏହି ସମୟରେ ୫ଜଣ ଯୁବକ ଦୁଇ ବାଇକ୍‍ରେ ତାଙ୍କୁ ପିଛା କରିଥିଲେ। ନନ୍ଦିସାହି ନିକଟରେ ସୁମିତ୍‍କୁ ସେମାନେ ଅଟକାଇଥିଲେ। ଯୁବକମାନେ ପାଖରେ ରଖିଥିବା ବନ୍ଧୁକରେ ଫାଙ୍କା ଗୁଳିଚାଳନାକରି ଗାଡି ସହିତ ଟଙ୍କା ଲୁଟି ନେଇ ପଳାଇଯାଇଥିଲେ।

Leave A Reply