ଗହଣା ଦୋକାନ ଆଗରୁ ବାଇକ ଡିକି ତାଡି ସୁନାହାର ଓ ଟଙ୍କା ଲୁଟ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବଡ଼ ନୂଆଗାଁ ଗ୍ରାମର କୈଳାସ ଚନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ସୁଶୀଳା ବେହେରା ଶୁକ୍ରବାର ପୂର୍ବାହ୍ନରେ ସ୍ୱାମ ପାଟଣା ବ୍ୟାଙ୍କ୍ ଅଫ ଇଣ୍ଡିଆ ଶାଖାରୁ ଟଙ୍କା ଉଠାଇ ପାଟଣା ବଜାରରେ ଥିବା ଏକ ଗହଣା ଦୋକାନରୁ ୩୫ ହଜାର ଟଙ୍କା ଦେଇ ଏକ ସୁନାହାର କିଣିଥିଲେ।ସୁନାହାର ସହ ନଗଦ ୫ ହଜାର ଟଙ୍କା ବାଇକ ଡ଼ିକିରେ ରଖି ପାଖ ଦୋକାନକୁ ଯାଇ ପାନ ଆଣି ଫେରି ଦେଖନ୍ତି ତ, ବାଇକର ଡିକି ତଡା ଯାଇଛି।ଡିକି ଖୋଲିବା ପରେ ତାଙ୍କର ସୁନାହାର ଓ ୫ ହଜାର ଟଙ୍କା କେହି ଲୁଟି ନେଇଥିବା ଜାଣିବାକୁ ପାଇଥିଲେ। ଘଟଣା ସମ୍ପର୍କରେ କୈଳାସ ଚନ୍ଦ୍ର ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସିସିଟିଭି ଆଧାରରେ ପୁଲିସ ଲୁଟେରାଙ୍କ ପତ୍ତା ଲଗାଇବାକୁ ଚେଷ୍ଟା ଜାରି ରଖିଛି । ବାଇକ ଆସିଥିବା ଦୁଇ ଲୁଟେରା ଏହି ଲୁଟରେ ସଂପୃକ୍ତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Comments are closed.