ବନ୍ଧୁକ ଦେଖାଇ ଲୁଟ ଅଭିଯୋଗ

ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ମଧୁସେତୁ ନିକଟରେ ବୁଧବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଏକ କାରକୁ ଅଟକାଇ ଡ୍ରଇଭର ମୁଣ୍ଡରେ ବନ୍ଧୁକ ଲଗାଇ ତା ନିକଟରୁ ୧ଲକ୍ଷ ୩୪ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କଟକ ସିଡ଼ିଏ ଅଞ୍ଚଳରେ ରହୁଥିବା କଖଡ଼ି ମହାଳପଡ଼ାଗ୍ରାମର ବିଭୁତି ଭୂଷଣ ସାହୁଙ୍କର ଧବଳେଶ୍ୱର ନୂଆପାଟଣା ରାସ୍ତା କଡରେ ଏକ ପେଟ୍ରୋଲ ପମ୍ପ ଅଛି । ତାଙ୍କର ହଠାତ୍ ଟଙ୍କା ଦରକାର ହେବାରୁ ବୁଧବାର ରାତିରେ ସେ ପେଟ୍ରୋଲପମ୍ପରୁ ଟଙ୍କା ଆଣିବା ପାଇଁ ତାଙ୍କ କାର ସହିତ ଡ୍ରାଇଭରକୁ ପଠାଇଥିଲେ। ଡ୍ରାଇଭର ଜଣକ ପମ୍ପରୁ ଟଙ୍କାନେଇ କାରଯୋଗେ କଟକ ଫେରୁଥିବାବେଳେ ମଧୁସେତୁ ନିକଟରେ ୩ଜଣ ଦୁବୃର୍ତ୍ତ ହଠାତ୍ ତାଙ୍କ କାରକୁ ଅଟକାଇବା ସହିତ କାରର କାଚଭାଙ୍ଗି ଡ୍ରଇଭରର ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଲୁଟିନେଇଥିବା ଡ୍ରାଇଭର ଜଣକ ବିଭୁତିଙ୍କୁ ଫୋନରେ ଜଣାଇଥିଲେ। ବିଭୁତି ଡ୍ରାଇଭର ସହିତ ଆସି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଡ୍ରାଇଭରକୁ ଅଟକ ରଖିି ପଚରା ଉଚରା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.